ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମନ୍ଦିର ଖୋଲିବା ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ। ଏହାଦ୍ୱାରା ରାଜ୍ୟବାସୀଙ୍କ ଧାର୍ମିକ ଭାବାବେଗକୁ ଆଘାତ ଲାଗୁଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ।

ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, “ମନ୍ଦିର ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କର ବୋଲି ହାଇକୋର୍ଟ କହିଛନ୍ତି, କିନ୍ତୁ ସରକାର ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଓଡ଼ିଆ ଲୋକଙ୍କୁ ଜଗନ୍ନାଥଙ୍କଠାରୁ ଦୂରେଇ ରଖିବାର ଉଦ୍ଦେଶ୍ୟ କ’ଣ?”କରୋନା ମହାମାରୀ ପାଇଁ ହୋଇଥିବା ଲକଡାଉନ ଏବଂ ସଟଡାଉନରେ ଦେଶରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା। ପରେ ଦେଶରେ ଅନଲକ୍ ପ୍ରକିୟା ଆରମ୍ଭ ହେବାପରେ କୋଭିଡ ନିୟମକୁ ପାଳନ କରି ଦେଶରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବାପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ମାତ୍ର ଓଡ଼ିଶାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମନ୍ଦିର ନ ଖୋଲିବାକୁ ଗାଇଡଲାଇନ ଜାରି କରିଥିଲେ।BGUଅନଲକ ପ୍ରକ୍ରିୟାରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ମଲ୍ ଆଦି ଖୋଲିବାପରେ, ରାଜ୍ୟରେ ମନ୍ଦିର ଖୋଲିବା ନେଇ ଉଚ୍ଚନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ରାୟ ଶୁଣାଇ ଉଚ୍ଚନ୍ୟାୟାଳୟ ମନ୍ଦିର ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ। ଏହାବାଦ୍ ରାଜ୍ୟ କ୍ୟବିନେଟ୍ ବୈଠକ ହୋଇ ସାରିଥିଲେ ମଧ୍ୟ ମନ୍ଦିର ଖୋଲିବା ନେଇ ସରକାଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

Comment