ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକାଦଶ ଶତାବ୍ଦୀରେ ନିର୍ମିତ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟରେ ସବୁ ରକମର ପ୍ରତିବନ୍ଧକ ହଟିବ। ଏଣିକି ଲିଙ୍ଗରାଜ ମନ୍ଦିରରୁ ବିନ୍ଦୁ ସାଗରରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରା ଆଦି ଉତ୍ସବ ସିଧାସଳଖ ଦେଖି ହେବ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ସେହିଭଳି ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟରେ ଥିବା ଅନ୍ୟ ମନ୍ଦିର ଯଥା ବିନ୍ଧ୍ୟବାସିନୀ, ଭବାନୀ ଶଙ୍କର, ଶୁକସାରୀ ଓ ମୋହିନୀ ଆଦି ମନ୍ଦିର ବି ଦୃଶ୍ୟ ହୋଇପାରିବ।

ମୁଖ୍ୟନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିଜ୍ଞାପ୍ତି ଅନୁସାରେ ୩୫୦ ବର୍ଷ ତଳେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟରେ କୌଣସି ସ୍ଥାୟୀ ସୌଧ ନଥିଲା। ଏପରିକି କୌଣସି ମନ୍ଦିର ବି ନଥିବା ଐତିହାସିକ ଦଲିଲରୁ ଜଣାପଡ଼ିଛି। ସୁତରାଂ, ଏହି ଦୁଇ ଐତିହାସିକ ସ୍ଥଳୀ ଭିତରେ ଲୋକେ ଅନାୟାସରେ ଯିବା ଆସିବା କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

BGUଏକାମ୍ର ପ୍ଲାନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଐତିହ୍ୟ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ୧ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି। ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏଥିପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Comment