ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଧୋନୀଙ୍କ ଜୀବନର ଏକ ଦୁଃଖଦପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି।

ଅଶ୍ୱିନୀ କହିଛନ୍ତି, “୨୦୧୪ ମସିହାରେ ଭାରତ ଅଷ୍ଟ୍ରେଲିଆଠାରୁ ଟେଷ୍ଟରେ ହାରିଯାଇଥିଲା। ସେଦିନ ଧୋନୀ ପୂରା ରାତି ନିଜ ଟେଷ୍ଟ ଜର୍ସିକୁ ପିନ୍ଧିଥିଲେ। ସେଦିନ ସାରା ରାତି ମାହିଙ୍କ ଆଖିରୁ ଲୁହ ଝରୁଥିଲା।”BGUଏଥିସହ ଅଶ୍ୱିନୀ ଆହୁରି ମଧ୍ୟ କହିଛନ୍ତି ଯେ, ମ୍ୟାଚ୍ ସରିବା ପରେ ସେ, ରାଇନା, ଧୋନୀ ଓ ଇଶାନ୍ତ ଶର୍ମା ଗୋଟିଏ ରୁମରେ ରହିଥିଲେ। ସେଦିନ ସାରା ରାତି ଧୋନୀ କାନ୍ଦୁଥିବା କଥା ଅଶ୍ୱିନୀ କହିଛନ୍ତି।

ଧୋନୀଙ୍କ ନେତୃତ୍ୱରେ ଅଶ୍ୱିନୀ ଅନେକ ମ୍ୟାଚ୍ ଖେଳିଛନ୍ତି। ୨୦୦୮ ରେ ପ୍ରଥମ କରି ଅଶ୍ୱିନୀ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିଲେ। ଯାହାର ନେତୃତ୍ୱ ନେଉଥିଲେ ମାହି। ତେଣୁ ମାହି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ତାଙ୍କ ଜୀବନର ଏହି ଅକୁହା କଥାକୁ ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here