ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର ବିଭିନ୍ନ ପରୀକ୍ଷାର ତାରିଖ ନେଇ ଘୋଷଣା କରିଛି। ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ସବୁ ପରୀକ୍ଷା କରାଇବା ପାଇଁ ଶିକ୍ଷା ମନ୍ତ୍ରାଳୟ ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ ଏଥିପାଇଁ ମଞ୍ଜୁରୀ ମିଳିସାରିଛି। ଗୁରୁବାର ଦିନ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରବେଶିକା ପରୀକ୍ଷାଗୁଡିକ ପାଇଁ ତାରିଖ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା -୨୦୨୦, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ୨୦୨୦ – ସ୍ନାତକ ଡିଗ୍ରୀ ପ୍ରୋଗ୍ରାମ୍ (ୟୁଜି), ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା -୨୦୨୦, ୟୁଜିସି – ଜାତୀୟ ଯୋଗ୍ୟତା ପରୀକ୍ଷା – ଜୁନ୍ ୨୦୨୦, ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା – ୨୦୨୦, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପିଏଚଡି ପ୍ରବେଶିକା ପରୀକ୍ଷା -୨୦୨୦, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ୨୦୨୦ – ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମ୍ (PG) ଏବଂ ଡକ୍ଟରାଲ୍ ଡିଗ୍ରୀ ପ୍ରୋଗ୍ରାମ୍ ଏବଂ JRF / SRS (ପିଏଚଡି) ଆଦି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

ଏହି ସବୁ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିବାକୁ ଏନଟିଏର ୱେବସାଇଟ୍ (www.nta.ac.in) ପରିଦର୍ଶନ କରିପାରିବେ।BGUପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ରୋଲ୍ ନମ୍ବର, ପରୀକ୍ଷା କେନ୍ଦ୍ର, ତାରିଖ, ସିପ୍ଟ ଏବଂ ପରୀକ୍ଷା ଆରମ୍ଭ ହେବାର ସଠିକ୍ ସମୟ ଆର୍ଡମିଟ୍ କାର୍ଡରେ ଦିଆଯାଇଥାଏ। ପରୀକ୍ଷାର୍ଥୀମାନେ ଏହି ଆର୍ଡମିଟ୍ କାର୍ଡକୁ ଏନଟିଏର ଅଫିସିଆଲ୍ ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ପରୀକ୍ଷା ତାରିଖର ପ୍ରାୟ ୧୫ ଦିନ ପୂର୍ବରୁ ଏହା ୱେବସାଇଟରେ ପ୍ରକାଶ ପାଇବ ବୋଲି କୁହାଯାଇଛି।

Comment