ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ବୈଧ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏବେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଗାଡ଼ିର କାଗଜପତ୍ରକୁ ବୈଧ ବୋଲି ଗ୍ରହଣ କରାଯିବ।

ଯଦି ବର୍ତ୍ତମାନ ସୁଦ୍ଧା କୌଣସି ଗାଡ଼ିର କାଗଜପତ୍ର ବୈଧତା ଶେଷ ହୋଇଯାଇଛି ତେବେ ମଧ୍ୟ ସେମାନଙ୍କଠାରୁ କୌଣସି ଫାଇନ୍ ଆଦାୟ କରାଯାଇପାରିବ ନାହିଁ। ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାର ଏହି ଅବଧିକୁ ବୃଦ୍ଧି କରିଥିଲେ। ପୂର୍ବରୁ ଏହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।BGUଲୋକମାନେ ଗାଡ଼ିର ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ, ପରମିଟ୍ ପାଇଁ ଆରଟିଓକୁ ଆସିଲେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି।

Comment