ଓଡ଼ିଶାଲାଇଭ୍ ବ୍ୟୁରୋ 

 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସ୍କୁଲ ପରିସରରୁ ଉଦ୍ଧାର ହେଲା ୮ଫୁଟ ଲମ୍ବର ଅଜଗର ସାପ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକଲବ୍ୟ ମଡେଲ୍‍ ସ୍କୁଲ ପରିସରରୁ ଆଜି ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ତେବେ ପରେ ଏହାକୁ କାବୁ କରି ନିକଟସ୍ଥ ଗୁମ୍ମା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

BGUସ୍କୁଲ ପାଚେରି ଭିତରେ ସାପଟି ଲୁଚି ରହିଥିଲା। ସାପଟିକୁ ଦେଖି ସ୍କୁଲ ଦାୟିତ୍ୱରେ ଥିବା କର୍ମଚାରୀମାନେ ପ୍ରଥମେ ରାୟଗଡ଼ାର ସାପ ଧରାଳୀ ପ୍ରଦୀପ ସେନାପତିଙ୍କୁ ଖବର ଦେଇଥିଲେ। ଖବରପାଇ ପ୍ରଦୀପ ଘଟଣା ସ୍ଥଳରେ ପହଞ୍ଚି ସ୍କୁଲ ହତା ଭିତରେ ବୁଲୁଥିବା ଏହି ୮ଫୁଟ ଲମ୍ବର ଅଜଗର ସାପଟିକୁ କୌଶଳକ୍ରମେ କାବୁକରିବାରେ ସଫଳ ହୋଇଥିଲେ। ତେବେ ପରେ ସାପଟିକୁ ନେଇ ନିକଟସ୍ଥ ଗୁମ୍ମା ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Comment