ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ବର୍ଷଠାରୁ ଦୁଇ ହଜାର ଟଙ୍କା ନୋଟ ଛାପା ବନ୍ଦ କରିଦେଇଛି ରିଜର୍ଭ ବ୍ୟାଙ୍କ। ଏହି ନୋଟକୁ ପ୍ରଚଳନ ମନି ସରକୁଲେଶନରୁ ବାଦ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ। ୨୦୧୯-୨୦ ବର୍ଷ ପରେ ଏହି ନାଲି ରଙ୍ଗର ନୋଟ ଆଉ ଛପା ହୋଇନାହିଁ।

୨୦୧୬ ନଭେମ୍ବର ମାସରେ ବିମୁଦ୍ରାକରଣ ପରେ ପ୍ରଥମ ଥର ପାଇଁ ଦୁଇ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ା ଯାଇଥିଲା। ତେବେ ଏହି ଉଚ୍ଚ ମୂଲ୍ୟର ନୋଟକୁ ଘରେ ଜମା କରିବା, ଟିକସ ଫାଙ୍କି ଓ ଅର୍ଥ ହେରଫେର ପାଇଁ ବ୍ୟବହାର ହେଉଛି ବୋଲି ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଉକ୍ତ ନିଷ୍ପତ୍ତି ନେଇଛନ୍ତି।BGU

ମାର୍ଚ୍ଚ ୨୦୧୮ରେ ଭାରତରେ ମୋଟ ନୋଟ ପ୍ରଚଳନ(୧୮.୦୩ ଲକ୍ଷ  କୋଟି ଟଙ୍କା)ଥିବା ବେଳେ ଏଥିରୁ ଦୁଇ ହଜାର ଟଙ୍କିଆ ନୋଟ ଥିଲା ୩୭ ପ୍ରତିଶତ ଓ ୫୦୦ ଟଙ୍କିଆ ନୋଟର ଭାଗ ଥିଲା ୪୩ ପ୍ରତିଶତ। ୨୦୨୦  ମାର୍ଚ୍ଚରେ କିନ୍ତୁ ଦୁଇ ହଜାର ଟଙ୍କିଆ ନୋଟର ଭାଗ ୨୨ ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଛି।

Comment