ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା
  • ବିନା କୌଣସି ବାଧାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯାଇପାରିବେ
  • ଛାତ୍ରଛାତ୍ରୀ ଚାହିଁଲେ ପ୍ରଶାସନ ମଧ୍ୟ ଯିବା ଆସିବା ସୁବିଧା ଯୋଗାଇବ
  • ଚଳିତବର୍ଷ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ

କରୋନା କଟକଣା ଭିତରେ ଜେଇଇ(ମେନ୍) ଓ ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ଓ ସୁବିଧାର ସହକାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏପରିକି ଯେଉଁ ପିଲାମାନେ ଚାହିଁବେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିନା ମୂଲ୍ୟରେ ନେଇ ପରୀକ୍ଷା କେନ୍ଦ୍ରରେ ଛଡ଼ାଯିବ। ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷାର ଆୟୋଜନକୁ ନେଇ ଆଜି ଏଭଳି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

 

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ଥର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ। ତେବେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଲକଡାଉନ୍ କଟକଣା ରହିବ ନାହିଁ। ସେମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଯିବା ଆସିବା କରିପାରିବେ।

ଯେଉଁ ପିଲାମାନେ ଚାହିଁବେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମଧ୍ୟ ଯିବା ଆସିବା କରିବାକୁ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ନୋଡାଲ୍ ସେଣ୍ଟରର ନମ୍ବର ଦିଆଯିବ। ଏହି ନମ୍ବରକୁ ଫୋନ୍ କରି ଛାତ୍ରଛାତ୍ରୀମାନେ ନିଜର ସୂଚନା ଦେବା ସହିତ ପ୍ରଶାସନର ସୁବିଧା ପାଇପାରିବେ।BGUଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ ସମ୍ଭବପର ନୁହେଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ପିଲାମାନଙ୍କ ଭବିଷ୍ୟତକୁ ଦେଖି ସେହି ତାରିଖରେ ହିଁ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ।

Comment