ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ପାଇଁ ଢେର ସଫଳତା ହାସଲ କରିଛନ୍ତି। ଟିଭିରେ ସଫଳତାକୁ ନେଇ ସେମାନେ ବେଶ ଖୁସି। କାରଣ ଏହି ଷ୍ଟାରମାନେ ବଲିଉଡ ଅଫରକୁ ମନା କରି ଦେଇଚନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଷ୍ଟାରଙ୍କ ବିଷୟରେ ଯିଏ ଫିଲ୍ମ ଅଫରକୁ ମନା କରିଦେଇଛନ୍ତି।

ଶାହିର ଶୈଖ

‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର ଐସେ ଭି, ‘ଜାନସୀ କି ରାନୀ’ ଏବଂ ‘ଯେ ରିସ୍ତେ ପ୍ୟାର କେ’ ଭଳି ଟିଭି ସୋ’ କରିଥିବା ଲୋକପ୍ରିୟ ଅଭିନେତା ଶାହିର ଶେଖଙ୍କୁ ବଲିଉଡ ଫିଲ୍ମ ଅଫର କରାଯାଇଥିଲା। ସେହି ସମୟରେ ସେ ଟିଭି ଶୋ ‘ଦସ୍ତାନ-ଏ-ମୋହବତ୍ ସଲିମ ଅନାରକଲି’ର ସୁଟିଂ କରୁଥିଲେ। ଶାହିର ସେହି ସମୟରେ ଫିଲ୍ମ କରିବାକୁ ମନା କରିଦେଇଥିଲେ।

ଦୀପିକା

‘ସସୁରାଲ ସିମର କା’ ଏବଂ ‘କାହାଁ ତୁମ୍‌ କାହଁ ହମ୍‌’ ଭଳି ସିରିଏଲରେ ଦମଦାର ଅଭିନୟ କରିଥିବା ଦୀପିକା କକ୍କଡ ମଧ୍ୟ ଅନେକ ବଲିୁଡ ଫିଲ୍ମର ଅଫର ପାଇଥିଲେ। ମାତ୍ର ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ।drashti dhami

ଦୃଷ୍ଟି ଧାମୀ

ଦୃଷ୍ଟି ଧାମୀ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ହିରୋଇନଙ୍କ ମଧ୍ୟରୁ ଜଣେ। ସେ ଅଜୟ ଦେବଗନଙ୍କ ଅଭିନୀତ ସିଙ୍ଘମ୍ ରିଟର୍ନସ ଫିଲ୍ମରେ ଅଫର ପାଇଥିଲେ। ସେ ସମୟରେ ସେ ଏକ ଟିଭି ସିରିଏଲର ସୁଟିଂ କରୁଥିଲେ ଫଳରେ ସେ ଫିଲ୍ମକୁ ମନା କରିଦେଇଥିଲେ।BGU

ଅଦା ଖାନ

ଏକତା କପୁରଙ୍କ ‘ନାଗିନ୍’ ଧାରାବାହିକରୁ ଚର୍ଚ୍ଚା ସାଉଣ୍ଟିଥିବା ଅଭିାନତଅୀ ଅଦା ଖାନ ମଧ୍ୟ ବଲିଉଡକୁ ନାଁ କରିଛନ୍ତି। ଏକ ସାକ୍ଷାତକାରରେ ନିଜେ ଏହି କଥା କହିଥିଲେ ଅଦା ଖାନ।

LEAVE A REPLY

Please enter your comment!
Please enter your name here