ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବନ୍ୟାର ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା

  • ଉପର ମୁଣ୍ଡରେ ବର୍ଷା ପରେ ହୀରାକୁଦର ୩୬ ଗେଟ୍ ଖୋଲିଲା।
  • ହୀରାକୁଦ ଗେଟ ଦେଇ ଏବେ ଘଣ୍ଟାକୁ ୬ ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବ।
  • ତଳ ମୁଣ୍ଡର ପାଣିକୁ ମିଶାଇ ମୁଣ୍ଡଳୀକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ଯିବ।
  • ହୀରାକୁଦରୁ ପାଣି ମୁଣ୍ଡଳୀ ଆସିବାକୁ ୩୬ ଘଣ୍ଟା ସମୟ ଲାଗିବ।
  • ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କ୍ୟୁସେକ ଜଳ ସମ୍ଭାଳିଛି।
  • ତେଣୁ ୧୦ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଣିବ।
  • ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ମୁତୟନ।

BGU

  • ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ଅଛି, ଜଳସ୍ତର କମିବାରେ ଲାଗିଛି।
  • ବୈତରଣୀ ନଦୀ ମଧ୍ୟ ଆଖୁଆ ପଦାଠାରେ ବପଦ ସଙ୍କେତ ଉପରେ ରହିଛି।
  • ବୈତରଣୀ ନଦୀର ଦତ୍ତପୁରଠାରେ ୮୦ ମିଟରର ଏକ ଘାଇ ହୋଇଛି।
  • ବ୍ରାହ୍ମଣୀ ନଦୀର ଜଳସ୍ତର ସ୍ଥିର ଅଛି, ୨୪ ଘଣ୍ଟା ପରେ କମିବା ନେଇ ଆଶା।
  • ବ୍ରାହ୍ମଣୀ ନଦୀ ବରୀ ବ୍ଲକର ୧୪ଟି ସ୍ଥାନରେ ଘାଇ ସୃଷ୍ଟି କରିଛି।

Comment