ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି)ର ଫାଇନାଲ ପରୀକ୍ଷା ହେବା ସୁନିଶ୍ଚିତ।  ୟୁଜି, ପିଜି ପରୀକ୍ଷାକୁ ନେଇ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ଵର ୩୦ ତରିଖ ମଧ୍ୟରେ ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ କହିଛନ୍ତି।
ଗତ ଜୁଲାଇ ୬ ତାରିଖରେ ୟୁଜିସି ଦ୍ଵାରା ଧାର୍ଯ୍ୟ ହୋଇଥିବା ପରୀକ୍ଷା ତାରିଖ ଅନୁସାରେ ହିଁ ପରୀକ୍ଷା କରାଯିବ। ଯଦି କେଉଁ ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ରହିଛି, ତେବେ ସେମାନେ ୟୁଜିସିଠାରୁ ପରାମର୍ଶ ନେଇ ଅନ୍ୟ ଏକ ତାରିଖରେ ପରୀକ୍ଷା କରାଇପାରିବେ। ମାତ୍ର ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।BGUସେପ୍ଟେମ୍ଵର ୩୦ ସୁଦ୍ଧା ୟୁଜି, ପିଜି ଫାଇନାଲ ପରୀକ୍ଷା ଶେଷ କରିବାକୁ ଦୁଲାଇ ୬ରେ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଓଡ଼ିଶା ସମେତ ଅନେକ ରାଜ୍ୟ ଏବଂ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ।

Comment