ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ଭୋର ୪ଟାରୁ ହୀରାକୁଦକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ଆଗକୁ ଜଳ ପ୍ରବେଶ ଆହୁରି କମିବା ଆଶା କରାଯାଉଛି। ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।
ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି।
ହୀରାକୁଦ ଡ୍ୟାମରୁ ଏବେ ୪୬ ଗେଟରେ ଚାଲିଛି ଜଳ ନିଷ୍କାସନ। ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ, ଏବେ ଜଳସ୍ତର ରହିଛି ୬୨୭.୯୫ ଫୁଟ। ସେହିପରି ଡ୍ୟାମକୁ ୮ ଲକ୍ଷ ୨୮ ହଜାର ୫୬୯ କ୍ୟୁସେକ ଜଳ ପଶୁଥିଲା ବେଳେ ଡ୍ୟାମରୁ ନିଷ୍କାସନ ହେଉଛି ୭ ଲକ୍ଷ ୬୫ ହଜାର ୪୦ କ୍ୟୁସେକ ଜଳ।