ଓଡ଼ିଶାଲାଇଭ୍ ବ୍ୟୁରୋ

ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଅନଲାଇନ୍‌ରେ ହେବ ପିଜି ୪ର୍ଥ ସେମିଷ୍ଟାର ପରୀକ୍ଷା। ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମ ଜରିଆରେ ସେମାନଙ୍କ ଶେଷ ସେମିଷ୍ଟାର ପରୀକ୍ଷା ଦେବେ। ସେପ୍ଟେମ୍ଵର ୧୫ରୁ ସେପ୍ଟେମ୍ଵର ୩୦ ମଧ୍ୟରେ ଏହା ଅନୁଷ୍ଠିତ ହେବ।

ଏଥିସହିତ ଅକ୍ଟୋବର ୧୫ ସୁଦ୍ଧା ପରୀକ୍ଷା ଫଳାଫଳ ପ୍ରକାଶ ପାଇବ। ବୁଧବାର ୟୁନିଭର୍ସିଟି ପିଜି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୁଳପତି ମଧୁସ୍ମିତା ଦାଶ ସୂଚନା ଦେଇଛନ୍ତି।BGUଗତକାଲି ରେଭେନ୍ସା ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟରେ ମଧ୍ୟ ଅନଲାଇନ୍ ମାଧ୍ୟମ ଯୋଗେ ପିଜି ପରୀକ୍ଷା ହେବାନେଇ ନିଷ୍ପତ୍ତି ହୋଇଥିଲା।

Comment