ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବାକୁ ଅଛି ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗ୍। ହେଲେ ଏପର୍ଯ୍ୟନ୍ତ ଆଇପିଏଲର ଖେଳସୂଚୀ ପ୍ରକାଶ ପାଇନି। ଯାହାକୁ ନେଇ ପ୍ରଂଶସକମାନେ ଏବେ ଦିନ ଗଣିବାରେ ବ୍ୟସ୍ତ।

ତେବେ ଆଇପିଏଲ୍ ଗର୍ଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ୍ ବ୍ରିଜେଶ ପଟେଲଙ୍କ କହିବା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ରବିବାର ଆଇପିଏଲର ଖେଳସୂଚୀ ପ୍ରକାଶ ପାଇବ। ଏହାପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସେପ୍ଟେମ୍ବର ୪ ତାରିଖରେ ଆଇପିଏଳ୍ ଖେଳସୂଚୀ ପ୍ରକାଶ ପାଇବ ବୋଲି କହିଥିଲେ। ହେଲେ ତାହା ହୋଇନଥିଲା। ୟୁଏଇରେ କ୍ୱାରେଣ୍ଟାଇନ୍ ନିୟମ ବଦଳୁଥିବାରୁ ଆଇପିଏଲ୍ ଖେଳସୂଚୀ ଘୋଷଣା ହେବା ବିଳମ୍ବ ହେଉଛି ବୋଲି କୁହାଯାଉଛି।BGUତେବେ ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲଙ୍କ ଏହି ଘୋଷଣା ପରେ ଆସନ୍ତାକାଲି ଆଇପିଏଲ୍ ଖେଳସୂଚୀ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଯାଇଛି। ଏସବୁ ମଧ୍ୟରେ ଆଇପିଏଲର ସବୁଦଳ ୟୁଏଇରେ ଯାଇ ପହଞ୍ଚିସାରିଛନ୍ତି। ସେମାନେ କୋଭିଡ୍ ଗାଇଡଲାଇନ୍ ପାଳି ନିଜର କ୍ୱାରେଣ୍ଟାଇନ ସମୟ ମଧ୍ୟ ଶେଷ କରିସାରିଛନ୍ତି। ତେଣୁ ସମସ୍ତ ଖେଳାଳିଙ୍କ ଠାରୁ ଆରମ୍ଭ କରି ଫ୍ରାଞ୍ଚାଇଜ୍, ପ୍ରଂଶସକ ଓ ଦର୍ଶକମାନେ ଆଇପିଏଲ୍ ଖେଳସୂଚୀକୁ ଅପେକ୍ଷା କରିଛନ୍ତି।

Comment