ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରୁ ସୁରତ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଛତିଶଗଡ଼ ରାୟପୁର ସହର ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣରୁ ଅଧିକ ଆହତ ହୋଇଛନ୍ତି।

ତେଲିବାନ୍ଧା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ରାୟପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛି।BGU

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ବସ୍‌ଟି ସୁରତ ଆସୁଥିଲା। ଶନିବାର ଭୋରରୁ ରାୟପୁର ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ପରେ ଏହ ଦୁର୍ଘଟଣା ଘଟିଥିଲା।

Comment