ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ଅନେକ ସମୟରେ ଦୋ ମୁହାଁ କେଶ ପାଇଁ ଚିନ୍ତିତ ଥାଆନ୍ତି। ବିଭିନ୍ନ ପ୍ରସାଧନ ସାମଗ୍ରୀ ଲଗାଇବା ପରେ ମଧ୍ୟ ଏହି ସମସ୍ୟା ଦୂର ହୁଏନାହିଁ। ତେବେ ଏଭଳି ସ୍ଥିତିରେ କଖାରୁ ମାସ୍କ ଆପଣଙ୍କୁ ଅନେକ ଫାଇଦା ଦେବ। ଦୋ ମୁହାଁ କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଏହି ଘରୋଇ ଉପଚାର କରିପାରିବେ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଖାରୁ ମାସ୍କ..

ଡିପ୍ କଣ୍ଡିସନର୍

କେଶକୁ ଡିପ୍ କଣ୍ଡିସନିଂ କରିବା ପାଇଁ କଖାରୁ ସହିତ ଓଟ୍‌ସ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ଵାରା କେଶକୁ ପୋଷଣ ମିଳିବ। ଦୋ ମୁହାଁ କେଶ ସମସ୍ୟା ମଧ୍ୟ କମ୍ ହେବ।ହେୟାର ମାସ୍କ

 

ହେୟାର ମାସ୍କ ପ୍ରସ୍ତୁତ କରିବା ପାଇଁ ୫୦ ଗ୍ରାମ କଖାରୁ ପଲ୍ପ(ରସ), ୧ ଚାମଚ ଓଟ୍‌ମିଲ୍ ପାଉଡର, ନଡ଼ିଆ ତେଲ, ୫୦ ଗ୍ରାମ ଶିୟା ବଟର, ଅଲିଭ୍ ତେଲ ନିଅନ୍ତୁ। କଖାରୁ ପଲ୍ପ, ଶିୟା ବଟର ଓ ନଡ଼ିଆ ତେଲକୁ ଏକାସାଙ୍ଗେ ମିଶାନ୍ତୁ। ଏବେ ସେଥିରେ ଓଟ୍‌ମିଲ୍ ପାଉଡର ମିଶାନ୍ତୁ। ଏହାପରେ ସେଥିରେ ଅଲିଭ୍ ତେଲ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମାସ୍କକୁ କେଶରେ ଭଲ ଭାବରେ ଲଗାନ୍ତୁ। ୩୦ ମିନିଟ୍ ପରେ କେଶକୁ ଧୋଇନିଅନ୍ତୁ। ଏହି ପେଷ୍ଟକୁ ଆପଣ ଫ୍ରିଜ୍‌ରେ ରଖି ୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।କଖାରୁ ଓ ତେଲ

କେଶକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ତେଲ ଓ କଖାରୁକୁ ଏକା ସହିତ ଗରମ କରନ୍ତୁ। ଏହାପରେ ଏହି ତେଲକୁ ଆପଣ ନିୟମିତ ଭାବେ କେଶରେ ଲଗାଇ ପାରିବେ। ତେଲ ଓ କଖାରୁକୁ ଗରମ କରିବା ପରେ କଖାରୁରେ ଥିବା ଭିଟାମିନ୍ ଓ ପୋଷକ ତତ୍ତ୍ଵ ତେଲରେ ମିଶି ଯାଇଥାଏ। ତେଣୁ କେଶରେ ଲଗାଇବା ଦ୍ଵାରା କେଶ ସୁସ୍ଥ ଏବଂ ସୁନ୍ଦର ହୋଇଥାଏ।BGUଯଦି ଆପଣ ଶୁଷ୍କ କେଶ ପାଇଁ ଚିନ୍ତିତ ଅଛନ୍ତି ତେବେ କଖାରୁ ତେଲରେ ଅଳ୍ପ କିଛି ପାଣି ମିଶାଇ ଏକ ସ୍ପ୍ରେୟରରେ ରଖିଦିଅନ୍ତୁ। ଏଥିରେ ଆପଣ ନଡ଼ିଆ ତେଲ ବି ମିଶାଇ ପାରନ୍ତି। ଏହି ସ୍ପ୍ରେକୁ ନିଜ କେଶରେ ଲଗାନ୍ତୁ। ଏହାଦ୍ଵାରା କେଶ ଚମକଦାର ଏବଂ ସିଲ୍କି ହୋଇଯିବ।

Comment