ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଦୀର୍ଘ ୩୦ ବର୍ଷ ପରେ ଆସିଥିବା ନୂଆ ଶିକ୍ଷାନୀତି ଦେଶର ଉନ୍ନତିରେ ଏକ ମାଧ୍ୟମ ହେବ। ଏହା ଆତ୍ମ ନିର୍ଭର ଭାରତର ସଂକଳ୍ପକୁ ପୂରା କରିବ’’ ନୂଆ ଶିକ୍ଷାନୀତି୨୦୨୦କୁ ନେଇ ହୋଇଥିବା ରାଜ୍ୟପାଳଙ୍କ ସମ୍ମିଳନୀରେ ଏଭଳି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଏକବିଂଶ ଶତାବ୍ଦୀରେ ଭାରତର ସାମାଜିକ ଓ ଆର୍ଥିକ ନୀତିକୁ ନୂର ରୂପ ଦେବ ନୂଆ ଶିକ୍ଷାନୀତି। ଏଥିରେ ଲର୍ଣ୍ଣିଂ ଆଉଟକମ୍‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପିଲାମାନେ ନିଜ ନିଜ ରୁଚିକୁ ନେଇ ପାଠ ପଢ଼ିବେ।BGU

ସୋମବାର ନୂଆ ଶିକ୍ଷାନୀତି୨୦୨୦କୁ ନେଇ ହୋଇଥିବା ରାଜ୍ୟପାଳଙ୍କ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହୋଇଛନ୍ତି। ମୋଦୀ ଏହି ସମ୍ମଳନୀର ଉଦଘାଟନ କରିଛନ୍ତି।

‘‘ନୂଆ ଶିକ୍ଷାନୀତି ଦୀର୍ଘ ପରାମର୍ଶର ଏକ ଅଦ୍ଭୁତପୂର୍ବ ପ୍ରସ୍ତିୁତି। ଶିକ୍ଷୀନୀତି ଏକ ଦେଶର ନୀତି କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ’’, ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

LEAVE A REPLY

Please enter your comment!
Please enter your name here