ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ ଜିଲ୍ଲାରୁ ୩୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୯୭ ଜଣ କଟକ ସହରର ଥିବା ବେଳେ ୨ ଜଣଙ୍କ ତଥ୍ୟ ପୁନର୍ବାର ଦିଆଯାଇଛି। ଏହାବାଦ୍ ଅନ୍ୟ ୧୯୩ ଜଣ ଗ୍ରାମାଞ୍ଚଳର ବୋଲି କଟକ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୧୧ରେ ପହଞ୍ଚିଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮,୬୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହାର ରହିଛି ୭୨.୭୨ ପ୍ରତିଶତ। ଅନ୍ୟପକ୍ଷରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ୪୯ ବର୍ଷୀୟ ଓ ଜଣେ ୮୦ବର୍ଷୀୟ ବ୍ୟକ୍ତିଙ୍କ ଦେହାନ୍ତ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଥିବା ସ୍ଵାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ନୂଆ ଆକ୍ରାନ୍ତଙ୍କ ତାଲିକାକୁ ଦେଖିଲେ ସର୍ବାଧିକ ୪୨ ଜଣ ଆଠଗଡ଼ ଏନ୍‌ଏସିରୁ ବାହାରିଛନ୍ତି। ଗତ ୭ ତାରିଖ ସୁଦ୍ଧା ଆଠଗଡ଼ ଏନ୍‌ଏସିରେ କେହି ଆକ୍ଟିଭ୍ ଆକ୍ରାନ୍ତ ନଥିଲେ। ସମସ୍ତ ୨୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିଲେ। କିନ୍ତ ଗତ ତିନି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। ବୁଧବାର ୧୫ ଜଣ ପଜିଟିଭ୍ ବାହାରିଥିବା ରିପୋର୍ଟ ଦିଆଯାଇଥିବା ବେଳେ ଗତକାଲି ପୁଣି ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।ଏଥିରୁ ୧୨ ଜଣଙ୍କ ତଥ୍ୟ ବ୍ଲକ୍ ପ୍ରଶାସନ ପକ୍ଷରୁ ମିଳିପାରିଛି। ରଥଗଡ଼ାରୁ ୧୨ ଜଣ, ଉତ୍ତରାଚଣ୍ଡୀରୁ ୫ ଜଣ, ମାଛବଜାରରୁ ଜଣେ, ଫରେଷ୍ଟ କଲୋନିରୁ ଜଣେ, ଉପରସାହିରୁ ୨ ଜଣ, ଷ୍ଟାଡିୟମ୍‌ରୁ ଜଣେ ଓ ଅଶୋକ ନଗରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ମାହାଙ୍ଗାରୁ ୧୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏଥିରେ ଶ୍ରୀକୃଷ୍ଣପୁରରୁ ୪ ଜଣ, କୁରୁଜଙ୍ଗାରୁ ଜଣେ, ଉଷୁମାରୁ ୩ ଜଣ, ପୋଡ଼ାମରାଇରୁ ଜଣେ, ଚାପଡ଼ାରୁ ୪ଜଣ, ଆନନ୍ଦପୁରରୁ ଜଣେ, ପଲ୍ଲୀସାହିରୁ ୨ ଜଣ ଓ ସାଲେପୁର ବ୍ଲକ୍‌ର ୩ ଜଣ ଥିବା ମାହାଙ୍ଗା ବ୍ଲକ୍ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ଗତ ୯ ତାରିଖରେ ନରସିଂହପୁରରୁ ୨୫ ଜଣ ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ବୁଧବାର ଏତେ ସଂଖ୍ୟାରେ ପଜିଟିଭ୍ ବାହାରିନଥିବା ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ବଡ଼ମ୍ବାରୁ ଗତକାଲି ୧୩୯ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରୁ ୨୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏଥିରେ ବଡ଼ମ୍ବାଗଡ଼ରୁ ୫ ଜଣ, ସୁନାପାଳରୁ ୬ ଜଣ, ରଗଡ଼ିପଡ଼ାରୁ ୧୧ ଜଣ, ଯୋଡୁମରୁ ଜଣେ, ଖୁଣ୍ଟକଟାରୁ ଜଣେ, ମାନପୁରରୁ ଜଣେ, ମାଣିଆବନ୍ଧରୁ ଜଣେ, ନୂଆଗାଁରୁ ଜଣେ, ଶଙ୍ଖାମେରିରୁ ଜଣେ ଆକ୍ରାନ୍ତ ଥିବା ସୂଚନା ରହିଛି। ଏଥିରେ ଜଣେ ଡାକ୍ତର ଥିବା ଜଣାପଡ଼ିଛି।BGUଏହାବାଦ୍ ଆଠଗଡ଼ରୁ ୭ ଜଣ, ବାଙ୍କୀରୁ ୨ ଜଣ. ବାରଙ୍ଗରୁ ୨୦ ଜଣ, କଣ୍ଟାପଡ଼ାରୁ ୪ ଜଣ, ନିଶ୍ଚିନ୍ତକୋଇଲିରୁ ୭ ଜଣ, ନିଆଳିରୁ ୫ ଜଣ, କଟକ ସଦରରୁ ୩ ଜଣ, ସାଲେପୁରରୁ ୨୨ ଜଣ, ଟାଙ୍ଗୀରୁ ୪ ଜଣ ଓ ତିଗିରିଆରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here