ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କ’ଣ ପାଇଁ ଲାଗୁ ହୋଇନି ଆୟୁଷ୍ମାନ ଯୋଜନା? ଏହାର ଜବାବ ମାଗିଛନ୍ତି ସୁପ୍ରମିକୋର୍ଟ। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ନହେବା ନେଇ ପି ଶେଖର ରାଓଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥ ସୂଚନା ଦେଇଛନ୍ତି।BGU

ତେବେ କେବଳ ଓଡ଼ିଶା ନୁହେଁ ଓଡ଼ିଶା ସମେତ ୪ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହୋଇନଥିବାରୁ ଏହି ପିଟସନ ଦାଖଲ କରାଯାଇଛି। ଫଳରେ ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ କରିଛନ୍ତି କୋର୍ଟ।

କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା କରିଛନ୍ତି। ଏହାଦ୍ୱାରା ଲୋକମାନେ ମାଗଣା ସ୍ଵାସ୍ଥ୍ୟସେବା ପାଉଛନ୍ତି। କିନ୍ତୁ ଓଡ଼ିଶାରେ ଏହି ଯୋଜାନା ଲାଗୁ ହୋଇନାହିଁ। ଓଡ଼ିଶାରେ ଯୋଜାନା ଲାଗୁ କରିବାକୁ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଥିଲେ।

Comment