ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଯାହାର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏହିଦିନ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ବିଜେଡି ତା’ର ରାଜ୍ୟସଭା ସାଂସଦଙ୍କୁ ହ୍ୱିପ୍ ଜାରି କରିଛି।

ତେବେ ବିଜେଡି ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବ ନା ବିରୋଧୀ ଦଳର ପ୍ରାର୍ଥୀ ମନୋଜ ଝାଙ୍କୁ ସମର୍ଥନ ଦେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବାରୁ ଦଳ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରିପାରେ ବୋଲି କୁହାଯାଉଛି।BGUଅନ୍ୟପଟେ ଏହାକୁ ନେଇ ସାଂସଦ ସୁବାଷ ସିଂ କହିଛନ୍ତି ଯେ, ଦଳର ସମସ୍ତ ରାଜ୍ୟସଭା ସାଂସଦ ୧୪ ତାରିଖରେ ସଂସଦରେ ଯୋଗଦେବେ। ଏଥିପାଇଁ ଗାଇଡଲାଇନ୍ ଅନୁଯାୟୀ ସମସ୍ତେ କରୋନା ଟେଷ୍ଟ କରାଇବେ। ତେବେ ସାଂସଦମାନେ କାହାକୁ ସମର୍ଥନ ଦେବେ ସେ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ସାଂସଦ।

Comment