ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ  ନବୀନଙ୍କୁ ଚିଠି ଲେଖିଛନ୍ତି।

ଆୟୁଷ୍ମାନ ଭାରତ ଯୋଜାନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ। ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ। ଏହି ଯୋଜନା ଲାଗୁ ହେଲେ ଲୋକେ ସଠିମ ସମୟରେ କମ୍‌ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ନିଜ ଚିଠିରେ ଲେଖିଛନ୍ତି ଧର୍ମେନ୍ଦ୍ର।BGU

ସେହିପରି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବ। ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଆଇଡି ଦ୍ୱାରା ଯେକୌଣସି ସ୍ଥାନରେ ଲୋକେ ସେବା ପାଇପାରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର।

‘‘ସୁସ୍ଥ ଭାରତ ଦ୍ୱାରା ଆତ୍ମନିର୍ଭର ଭାରତର ନିର୍ମାଣ ହେଉ। ବିଶେଷ ଭାବେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥସେବା ଯୋଗାଇଦେବା ସମସ୍ତଙ୍କର ସଂକଳ୍ପ ହେବା ଆବଶ୍ୟକ’’, ଚିଠିରେ ଲେଖିଛନ୍ତି ଧର୍ମେନ୍ଦ୍ର।

ଏହାପୂର୍ବରୁ ମଧ୍ୟ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜାନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ। ଏଥର ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ମଧ୍ୟ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି।

Comment