ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି। ଆଜି ପୁଣି ୧୧ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ପୁରୀରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪୫ ଓ ୮୦ ବର୍ଷୀୟ ଦୁଇଜଣ ପୁରୁଷ ଏବଂ ୭୦ ବର୍ଷୀୟ ଜଣେ ମହିଳା ଅଛନ୍ତି। ସେହିପରି ସମ୍ବଲପୁରରେ ମଧ୍ୟ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକମାନେ ସମସ୍ତେ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ- ୬୦, ୬୨ ଓ ୬୫ ବର୍ଷ ବୋଲି ସୂଚନା ମିଳିଛି।BGUଏଥିସହ ଖୋର୍ଦ୍ଧାର ୫୨ ଓ ୬୧ ବର୍ଷୀୟ ଦୁଇ ଜଣ ପୁରୁଷ, କଳାହାଣ୍ଡିର ଜଣେ ୫୯ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୩୧ ବର୍ଷୀୟ ମହିଳା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାପଡ଼ିଛି।ମୃତକମାନେ କରୋନାରେ ଆକ୍ରାନ୍ତ ହେବା ସହ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment