ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏଯାଏଁ ୧ ହଜାର କୋଭିଡ ରୋଗୀଙ୍କଠାରେ ପ୍ଲାଜମା ଥେରାପି କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଏଥସହିତ ଆବଶ୍ୟକତା ଥିବା ସବୁ ରୋଗୀଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀ କୋଭିଡ ହସ୍ପିଟାଲରେ ପ୍ଲାଜମା ଉପଲବ୍ଧ ଅଛି ବୋଲି କୁହାଯାଇଛି।

ଯେଉଁମାନେ କୋଭିଡ ରୋଗୀଙ୍କୁ ପ୍ଲାଜାମ ଦାନ କରିବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

ରାଜ୍ୟରେ କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଭଲ କାମ ଦେଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି। ଏଥିସହ ଯେଉଁମାନେ କୋଭିଡରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜାମ ଦାନ ପାଇଁ ଆହ୍ୱାନ ଦିଆଯାଇଛି।

Comment