ଓଡ଼ିଶାଲାଇଭ୍ ବ୍ୟୁରୋ

ଚଉଦଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଆସନ୍ତାକାଲିଠାରୁ ତିନି ଦିନିଆ ସାଧାରଣ ପ୍ରବେଶିକା ପରୀକ୍ଷା(କମନ୍ ଏଣ୍ଟ୍ରାନ୍ସ) ଆରମ୍ଭ ହେବ। ଏହି ପ୍ରବେଶିକା ପରୀକ୍ଷା ୧୦ଟି ସହରର ୧୪ଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

ଆନ୍ଧ୍ର ପ୍ରଦେଶର ପଲାସା, ଶ୍ରୀକାକୁଲମ ସମେତ ଓଡ଼ିଶାର ଅନୁଗୁଳ, ବାଲେଶ୍ୱର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି ଓ ରାଉରକେଲାରେ ଏହି ଟେଷ୍ଟ ଅନୁଷ୍ଠିତ ହେବ। କୋରାପୁଟ ବ୍ୟତୀତ ଅନ୍ୟ ୧୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଆସନ୍ତାକାଲିଠାରୁ ପିଲା ପରୀକ୍ଷା ଦେବେ। ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବର୍ଷ ଏହି ପରୀକ୍ଷା କରୁଛି।ଦିନ ୧୦ରୁ ୧୨ଟା ଓ ଅପରାହ୍ନ ୩ରୁ ୫ଟା ଦୁଇଟି ସିଟିଙ୍ଗରେ ପରୀକ୍ଷା ହେବ। ଅଣ୍ଡର ଗ୍ରାଜୁଏଟ ଇଣ୍ଟିଗ୍ରେଟେଡ ପ୍ରୋଗ୍ରାମ, ପୋଷ୍ଟ ଗ୍ରାଜୁଏସନ ପ୍ରୋଗ୍ରାମ ଓ ରିସର୍ଚ୍ଚ ପ୍ରୋଗ୍ରାମ ପାଇଁ ଏହି ପରୀକ୍ଷା କରାଯାଉଛି।

Comment