ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରେ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୩୯ ଓ ୪୯ ବର୍ଷୀୟ ଦୁଇ ଜଣ ପୁରୁଷ ଏବଂ ଜଣେ ୭୮ ବର୍ଷୀୟ ମହିଳା ଅଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ୨ ଜଣ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ବୟସ ଯଥାକ୍ରମେ- ୯୦ ଓ ୯୭ ବର୍ଷ ବୋଲି ଜଣାପଡ଼ିଛି।

ପୁରୀରେ ୬୫ ଓ ୬୯ ବର୍ଷୀୟ ଦୁଇ ଜଣ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କନ୍ଧମାଳ, ମୟୂରଭଞ୍ଜ, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କର ବୟସ ଯଥାକ୍ରମେ- ୭୭, ୫୦, ୨୫ ଓ ୮୨ ବର୍ଷ ବୋଲି ଜଣାପଡ଼ିଛି। ସେହିପରି କଟକରେ ଜଣେ ୬୫ ବର୍ଷୀୟ ମହିଳା ଓ ଗଜପତିରେ ଜଣେ ୫୩ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, କିଡନୀ ରୋଗ ଆଦିରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment