ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନାରୁ ସୁସ୍ଥ ହେଲେ ୪୦୯୦ ଆକ୍ରାନ୍ତ
  • ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଆକ୍ରାନ୍ତ ସୁସ୍ଥ
  • ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୪୧,୬୫୭କୁ ବୃଦ୍ଧି

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୦୯୦ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୪୧,୬୫୭କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ପୁରୀରୁ ୪୧୨, କଟକରୁ ୩୭୧, ବରଗଡ଼ରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡ଼ରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୫ ଓ ରାୟଗଡ଼ାରୁ ୧୪୫ ରୋଗୀ ସୁସ୍ଥ ହୋଇଛନ୍ତି।

ରାଜ୍ୟରୁ ଏଯାବତ ମୋଟ ୧,୭୫,୫୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏବେ ବି ୩୦ ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment