ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ଟପିବ କରୋନା ରୋଗୀଙ୍କ ସଂଖ୍ୟା। ଦିନକୁ ୪ ହଜାର ପ୍ରାୟ ନୂଆ କରୋନା ମାମଲା ଆସୁଥିବାରୁ ସେପ୍ଟେମ୍ବର ଶେଷ ବେଳକୁ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇ ଲକ୍ଷ ଟପିଯିବାର ଆଶଙ୍କା ରହିଛି।

ସରକାରୀ ଆକଳନ ଅନୁଯାୟୀ ମାସ ଶେଷ ହେବା ବେଳକୁ ରାଜ୍ୟରେ ଅକ୍ରାନ୍ତଙ୍କ ସଂଖ୍ୟା ୨,୧୪,୦୦୦ ହୋଇଥିବ। ସାତ ଦିନର ହାରାହାରି ସଂଖ୍ୟାକୁ ନେଇ ଏହି ଆକଳନ କରାଯାଇଛି। ଏପ୍ରିଲ ୩୦ ତାରିଖରେ ଓଡ଼ିଶାରେ ସକ୍ରିୟ କରୋନା ମାମଲା ମାତ୍ର ୧୪୨ ଥିଲା। ତା ପରେ ଏହା ବଢ଼ିଚାଲିଲା।

ପ୍ରଥମ ଅବସ୍ଥାରେ ଗଂଜାମ ଖୋର୍ଦ୍ଧା ଭଳି କିଛି ଜିଲ୍ଲାରେ ଅକ୍ରାନ୍ତଙ୍କ ସଂଖ୍ୟା ସୀମିତ ଥିବା ବେଳେ ବର୍ତ୍ତମାନ ଏହା ସମଗ୍ର ରାଜ୍ୟରେ ପହଞ୍ଚିବା ସହ ଭୟାନକ ଅବସ୍ଥା ସୃଷ୍ଟି କରିଛି। 

Comment