ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ସର୍ବାଧିକ ୪,୩୩୦ ପଜିଟିଭ୍
  • ୨,୫୫୬ ଜଣ କ୍ଵାରେଣ୍ଟାଇନ୍‌ରୁ ଓ ୧,୭୭୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ
  • ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି

ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ସର୍ବାଧିକ ୪,୩୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨,୫୫୬ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧,୭୭୪ଟି ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୫୪୯ ଜଣ, ପୁରୀରୁ ୨୯୨ ଜଣ, ଷ୍ଟେଟ୍ ପୁଲ୍‌ରୁ ୨୨୫ ଜଣ, କନ୍ଧମାଳରୁ ୧୭୮ ଜଣ, ଅନୁଗୁଳରୁ ୧୭୬ ଜଣ, ଜଗତସିଂହପୁରରୁ ୧୬୭ ଜଣ ଓ ଯାଜପୁରରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଝାରସୁଗୁଡ଼ାରୁ ୧୫୩ ଜଣ, ମୟୂରଭଞ୍ଜରୁ ୧୫୨ ଜଣ, ନବରଙ୍ଗପୁରରୁ ୧୩୩ ଜଣ, ସୁନ୍ଦରଗଡ଼ରୁ ୧୨୩ ଜଣ, ବାଲେଶ୍ଵରରୁ ୧୨୧ ଜଣ, କେନ୍ଦୁଝରରୁ ୧୧୮ ଜଣ, କେନ୍ଦ୍ରାପଡ଼ାଓ ସମ୍ବଲପୁରରୁ ୧୦୭ ଜଣ ଲେଖାଏଁ ଓ କଳାହାଣ୍ଡିରୁ ୧୦୦ ଜଣ ପଜିଟିଭ୍ ଅଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୪୧,୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୪୬୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment