ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲ ତଳକୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଘଟିଛି ଏହି ଦୁର୍ଘଟଣା। ଡିଆରଜି ଯବାନମାନେ ମାଓ ଅପରେସନରୁ ଫେରିବା ବେଳେ ବସ୍‌ଟି ପାଣି ସୁଅରେ ପୋଲି ତଳକୁ ଖସି ପଡ଼ିଛି।  ସୌଭାଗ୍ୟବଶତଃ ସମସ୍ତ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଯବାନମାନେ ଗତ ତିନି ଦିନ ହେଲା ବିଜାପୁର ଜିଲ୍ଲା ଉରେପାଲ ଓ ମିରତୁଲ ଜଙ୍ଗଲକୁ ମାଓ ଅପରେସନରେ ଯାଇଥିଲେ। ଯିବା ସମୟରେ ପୋଲ ଉପରେ ପାଣି ଚାଲୁନଥିଲା।

୩ ଦିନ ପରେ ଫେରିବା ବେଳକୁ ପୋଲ ଉପରେ ବନ୍ୟା ପାଣି ଚାଲୁଥିଲା। ଫଳରେ ବସ୍‌ଟି ପାଣି ସୁଅରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

Comment