ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୧ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁସାରେ ଆଜି ବାଲେଶ୍ଵରର ଜଣେ ୬୫ ବର୍ଷୀୟ ପୁରୁଷ ଓ ଜଣେ ୫୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବଲାଙ୍ଗିରର ଜଣେ ୪୨ ବର୍ଷୀୟ ମହିଳା ଓ ଜଣେ ୬୦ ବର୍ଷୀୟ ପୁରୁଷ, ଗଞ୍ଜାମର ୭୦ ଓ ୭୭ ବର୍ଷୀୟ ଦୁଇ ଜଣ ପୁରୁଷ, ମାଲକାନଗିରିର ୫୪ ଓ ୪୦ ବର୍ଷୀୟ ଦୁଇ ଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏଥିସହ ପୁରୀ, ଭଦ୍ରକ ଓ ଭୁବନେଶ୍ଵରରେ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ- ୫୧,୬୮ ଓ ୯୦ ବର୍ଷ ବୋଲି ଜଣାପଡ଼ିଛି।ମୃତକମାନେ କୋଭିଡ୍ ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comment