ଓଡ଼ିଶାଲାଇଭ୍ କରୋନା ବ୍ୟୁରୋcorona case-2

ରାଜ୍ୟରେ ଆଜି ପୁଣି ୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫୧, ୩୭ ଓ ୫୦ ବର୍ଷୀୟ ତିନି ଜଣ ପୁରୁଷ ଆକ୍ରାନ୍ତ ଥିବା ବେଳେ ୫୯ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଅଛନ୍ତି।

ସେହିପରି କୋରାପୁଟର ୩ ମୃତକଙ୍କ ମଧ୍ୟରେ ୬୪, ୪୮ ଓ ୫୦ ବର୍ଷୀୟ ପୁରୁଷ ଅଛନ୍ତି। ପୁରୀର ୮୦ ଓ ୬୨ ବର୍ଷୀୟ ଦୁଇ ମହିଳା ଓ ଜଣେ ୪୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏଥିସହ ବାଲେଶ୍ଵର, ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜର ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ବୟସ ଯଥାକ୍ରମେ- ୪୫, ୫୮, ୫୮, ୬୪, ୫୨ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି।

ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment