ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କଲେ ନବୀନ। ଦଳ ବିରୋଧୀ କାର୍ଯ୍ୟ କରୁଥିବା କାରଣ ଦର୍ଶାଇ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
କିଛି ଦିନ ତଳେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଥିଲା। ଏଥିରେ କଳ୍ପତରୁଙ୍କୁ ସାଧାରଣ ସମ୍ପାଦକ ପଦ ମିଳିଥିଲା। ଏହି ପଦକୁ ନେଇ କିନ୍ତୁ ସେ ଅସନ୍ତୁଷ୍ଟ ଥିଲେ। ଦୀର୍ଘ ୧୬ ବର୍ଷ ଧରି ସେ ଦଳ ପାଇଁ କାମ କରୁଥିଲେ ମଧ୍ୟ ଦଳ ତାଙ୍କୁ ବାରମ୍ବାର ଉପେକ୍ଷା କରିଛି। ଅନ୍ୟପଟେ ଦଳରେ ବହୁ ଅନଭିଜ୍ଞ ପିଲାଙ୍କୁ ସୁଯୋଗ ମିଳୁଛି ବୋଲି ସେ କହିଥିଲେ। ତେଣୁ ସେ ଆଜି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।
କଳ୍ପତରୁ କିନ୍ତୁ ପୂର୍ବଭଳି ବିଜେଡିରେ ରହିବା ସହିତ ଦଳର ପ୍ରତ୍ୟେକ କାମରେ ଜଡ଼ିତ ରହିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ। ହେଲେ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

















