ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାଜିଲା ଉପ-ନିର୍ବାଚନ ବିଗୁଲ। ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ହେବ ଉପ-ନିର୍ବାଚନ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା କରିଛନ୍ତି।

ଅକ୍ଟୋବର ୯ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀମାନେ ଅକ୍ଟୋବର ୧୬ ତାରିଖରେ ସୁଦ୍ଧା ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। କରୋନା କାରଣରୁ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ନିଜର ପ୍ରାର୍ଥିପତ୍ର ଭରିବେ ବୋଲି ପୂର୍ବରୁ କୁହାଯାଇସାରିଛି।

ଏହାପରେ  ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଅକ୍ଟୋବର ୧୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ବୋଲି ନିର୍ବାଚନ କମିସନର ଦିନ ଧାର୍ଯ୍ୟ କରିଛନ୍ତି।

ନଭେମ୍ବର ୩ ତାରିଖରେ ଏହି ଦୁଇ ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୧୦ ତାରିଖରେ ଭୋଟଗୁଡ଼ିକର ଗଣନା କରାଯାଇ ସେହିଦିନ ହିଁ ରେଜଲ୍ଟ ଘୋଷଣା ହେବ। ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଖାଲିପଡ଼ିଥିବା ୫୪ଟି ବିଧାନସଭା ଆସନରେ ବି ଏହି ତାରିଖରେ ଉପ ନିର୍ବାଚନ ହେବ।

Comment