ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। ନିର୍ବାଚନ ଆୟୋଗ ଏହି ଦୁଇ ଉପ-ନିର୍ବାଚନ ସହିତ ସାରା ଦେଶରେ ଖାଲି ପଡ଼ିଥିବା ୬୪ଟି ଆସନରେ ଉପ-ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା କରିପାରନ୍ତି।

କିଛି ଦିନ ତଳେ ମୁଖ୍ୟ ନିର୍ବାଚନ ଆୟୋଗ ବିହାର ବିଧାନସଭା ନେଇ ତାରିଖ ଘୋଷଣା କରିଥିଲେ। ହେଲେ ଦେଶରେ ଖାଲି ପଡ଼ିଥିବା ୬୪ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିନଥିଲେ। ହେଲେ ଆଜି ଏହି ଉପ-ନିର୍ବାଚନ ତାରିଖ ଘୋଷଣା ହୋଇପାରେ।

ଏପରି ହେଲେ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ-ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ଶାସକ ବିଜେଡି, ବିଜେପି ଓ କଂଗ୍ରେସ ଏବେଠାରୁ ଅଙ୍କ କଷିବା ଆରମ୍ଭ କରିଦେଲେଣି। ତିନୋଟି ଯାକ ଦଳ ଏହି ଉପ ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comment