ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବ୍ରାବି ମସଜିଦ ଭଙ୍ଗା ଘଟଣା, ୨୮ ବର୍ଷ ପୁରୁଣା ମାମଲା
  • ରାୟ ଶୁଣାଇଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ
  • ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ

୨୮ ବର୍ଷ ପୁରୁଣା ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଆସିଛି। ଲକ୍ଷ୍ନୌରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ।

ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ୍‌ ପ୍ରମାଣ ନାହିଁ। ମସଜିଦ ଭଙ୍ଗା ଘଟଣାକୁ ଯୋଜନାବଦ୍ଧ କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଉମା ଭାରତୀ ପ୍ରମୁଖ ଅଭିଯୁକ୍ତ ଥିଲେ।

ରାୟ ପ୍ରକାଶ ପାଇବାକୁ ଥିବାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏଥିପାଇଁ ଅଯୋଧ୍ୟାରେ ୨ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍ତରପ୍ରଦେଶର ୨୫ଟି ଜିଲ୍ଲାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ମନୋହର ଯୋଶୀ, ଆଡଭାନୀ, ଉମା ଭାରତୀଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ମାମଲାରେ ଏବେ ସୁଦ୍ଧା ବାଲ ଠାକରେଙ୍କ ସମେତ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ୧୯୯୨ ମସିହା, ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗାକୁ ନେଇ ମାମଲା ହୋଇଥିଲା।

Comment