ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର କଟକ ଏସ୍‌ସିବି ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କରୋନାରୁ ଆରୋଗ୍ୟ ହେବା ପରେ କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ପ୍ଲାଜମା ଦାନ କରିବେ ବୋଲି ଆଜି ଧର୍ମେନ୍ଦ୍ର ଘୋଷଣା କରିଥିଲେ। ଶନିବାର ସେ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚି କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ପ୍ଲାଜମା ଦାନ କରିଛନ୍ତି। ଏଥିସହିତ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ଲାଜମା ଦାନ ପାଇଁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର।

ଅଗଷ୍ଟ ୩ରେ ନିଜଠାରେ କରୋନାର ଲକ୍ଷଣ ଦେଖାଯିବାରୁ କୋଭିଡ ପରୀକ୍ଷା କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଅଗଷ୍ଟ ୪ରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ।

Comment