ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନାରୁ ସୁସ୍ଥ ହେଲେ ୪୦୯୮ ଆକ୍ରାନ୍ତ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ସୁସ୍ଥ
  • ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୨,୦୬,୪୦୦କୁ ବୃଦ୍ଧି

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୪୦୯୮ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୨,୦୬,୪୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପଛକୁ କଟକରୁ ୩୮୬, ବାଲେଶ୍ୱରରୁ ୩୩୬, ନୂଆପଡ଼ାରୁ ୨୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୬୫, ମୟୂରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

Comment