ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ଚିହ୍ନଟ ହେଲେ ୨୬୭୩ ପଜିଟିଭ୍
  • ୧୫୫୪ କ୍ୱାରେଣ୍ଟାଇନରୁ,୧୧୧୯ ସ୍ଥାନୀୟ ସଂକ୍ରମିତ
  • ଆଖି ବୁଜିଲେ ଆଉ ୧୬  ଆକ୍ରାନ୍ତ

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୨୬୭୩ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ପାର୍ କରିଛି। ସେହିପରି ଆଜି ରାଜ୍ୟରେ ୧୬ ଜଣ କୋଭିଡ୍ ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୫୪ ଜଣ କ୍ୱାରେଣ୍ଟାଇନରୁ ଓ ୧୧୧୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ରହିଛି। ପୂର୍ବଭଳି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତା’ସହିତ ଅନୁଗୁଳରୁ ୧୨୬, କଟକରୁ ୨୧୪, କେନ୍ଦ୍ରାପଡ଼ାରୁ ୧୫୧ ଓ ନୂଆପଡ଼ାରୁ ୧୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜି ପ୍ରାଣ ହରାଇଥିବା ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ ଜଣ ରହିଛନ୍ତି। କଟକରୁ ୨, ଖୋର୍ଦ୍ଧାରୁ ୨ ଜଣ ରହିଛନ୍ତି। ଏଥିସହିତ ଭୁବନେଶ୍ୱର, ଅନୁଗୁଳରୁ, ବୌଦ୍ଧରୁ ,ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।  ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି।

 

Comment