ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଏହି ଡିଜିଟାଲ ଯୁଗରେ ସେଲ୍‌ଫି ଚାହିଦା ବେଶ୍ ରହିଛି। ନିଜର ପ୍ରତିଟି ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ଏବେ ଆଉ କାହାର ସାହାଯ୍ୟର ଆବଶ୍ୟକତା ବି ପଡୁନାହିଁ। ନିଜେ ଫୋନକୁ ଧରି ସ୍କ୍ରିନ୍ ଉପରେ କ୍ଲିକ୍ କରିଦେଲେ ଉଠିଯାଉଛି ସେଲ୍‌ଫିଟିଏ। ତେବେ ଏହି ସେଲ୍‌ଫିର ଉଦ୍ଭାବନ କେଉଁଠୁ ହୋଇଥିଲା ଆପଣ ଜାଣିଛନ୍ତି କି?
ପ୍ରଥମ ସେଲ୍‌ଫି

ବିଶ୍ଵର ପ୍ରଥମ ସେଲ୍‌ଫି ୧୮୩୯ ମସିହାରେ ଆମେରିକାରେ ଉଠାଯାଇଥିଲା। ରବର୍ଟ କର୍ଣ୍ଣେଲିସ ଏହି ସେଲ୍‌ଫିକୁ ଉଠାଇଥିଲେ। ଏହି ସେଲ୍‌ଫି ନେବାପାଇଁ ତାଙ୍କୁ ୧୫ ମିନିଟ ସମୟ ଲାଗିଥିଲା।ବିଶ୍ଵର ସବୁଠୁ ଦାମିକା ସେଲ୍‌ଫି

ବିଶ୍ଵର ସବୁଠୁ ଦାମିକା ସେଲ୍‌ଫି ୧୮୫୦ ମସିହାରେ ଉଠାଯାଇଥିଲା। ସ୍ଵିଦିଶ ଫଟୋଗ୍ରାଫର ଓସ୍କାର ଜ୍ଲାଣ୍ଡର ଏହି ସେଲ୍‌ଫି ଉଠାଇଥିଲେ। ଏହି ସେଲ୍‌ଫିକୁ ପରବର୍ତ୍ତୀ ସମୟରେ ପ୍ରାୟ ୧୧୫,୦୦୦ ଡଲାରରେ ବିକ୍ରି କରାଯାଇଥିଲା ବୋଲି ବିଶ୍ଵାସ କରାଯାଏ।ପ୍ରଥମ ଗ୍ରୁପ୍ ସେଲ୍‌ଫି

ବିଶ୍ଵର ପ୍ରଥମ ଗ୍ରୁପ ସେଲ୍‌ଫି ୧୯୨୦ ମସିହାରେ ଉଠାଯାଇଥିଲା। ଆମେରିକାର ନିୟୁଓ୍ଵର୍କ ସହରର ବିରୋନ କମ୍ପାନି ଷ୍ଟୁଡ଼ିଓର ଫଟୋଗ୍ରାଫରମାନେ କମ୍ପାନିର ଛାତ ଉପରେ ଏହି ସେଲ୍‌ଫିଟି ଉଠାଇଥିଲେ।

Comment