ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଲଫି ନିଶାରେ ମହାନଦୀରେ ପଡ଼ିଗଲେ ଯୁବକ। ଏଭଳି ଏକ ଘଟଣା ଘଟିଛି ସୋନପୁର ଜିଲ୍ଲାରେ। ମହାନଦୀ ବ୍ରିଜ୍ ଉପରେ ଫଟୋ ଉଠାଇବା ବେଳେ ୪୦ ଫୁଟ୍‌ ଉଚ୍ଚରୁ ନଦୀକୁ ପଡ଼ି ଅଳ୍ପକେ ରକ୍ଷା ପାଇଲେ ଯୁବକ।

ଗୁରୁବାର ଜିତୁ ନାୟକ ନାମକ ଜଣେ ଯୁବକ ତାଙ୍କର ଦୁଇ ସାଙ୍ଗଙ୍କ ସହ ମହନଦୀ ବ୍ରିଜ୍ ଆଡ଼େ ବୁଲିବାକୁ ଯାଇଥିଲେ। ସେଠାରେ ଜିତୁ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ। କିନ୍ତୁ ନିୟନ୍ତ୍ରଣ ହରାଇ ସେ ନଦୀରେ ପଡ଼ିଯାଇଥିଲେ।

ଖବର ପାଇ ସୋନପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଜିତୁଙ୍କ ଅଣ୍ଟାରେ ଆଘାତ ଲାଗିଛି।

Comment