ଓଡ଼ିଶାଲାଇଭ୍ ବ୍ୟୁରୋ

ଫୋନ‌ରେ ଉଠାଯାଉଥିବା ସେଲ୍ଫିର ଇତିହାସ କେତେ ପୁରୁଣା ଜାଣନ୍ତୁ।

ଆଜିକାଲି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ସେଲ୍ଫି ଉଠାଇବାକୁ ନେଇ ଏକପ୍ରକାର କ୍ରେଜ୍ ଦେଖାଯାଉଛି। ତେବେ ଆପଣ ସେଲ୍ଫିର ଇତିହାସ ବିଷୟରେ ଜାଣିଛନ୍ତି କ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ପ୍ରଥମ ସେଲ୍ଫି ଆଜିକୁ ଦେଢ଼ ଶହ ବର୍ଷ ପୂର୍ବରୁ ଉଠାଯାଇଥିଲା।

ସେଲ୍ଫି କ’ଣ?

ମୋବାଇଲ ଫୋନରୁ ନିଜେ ନିଜର ଉଠାଇଥିବା ଫଟୋକୁ ସେଲ୍ଫି କୁହାଯାଏ। କିନ୍ତୁ ଗତ କିଛି ବର୍ଷ ହେବ ଏହି ଶବ୍ଦକୁ ବହୁଳ ଭାବେ ବ୍ୟବହାର କରାଯାଉଛି। ୨୦୦୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲୀୟ ଓ୍ଵେବସାଇଟ୍ ଫୋରମ୍ ଏବିସି ଅନ୍‌ଲାଇନ୍ ପ୍ରଥମେ ‘ସେଲ୍ଫି’ ଶବ୍ଦ ବ୍ୟବହାର କରିଥିଲା। ଏହାପରେ ଟାଇମ୍ ମାଗାଜିନ୍ ୨୦୧୨ ମସିହାର ୧୦ଟି ମୂଳ ଶବ୍ଦ ମଧ୍ୟରେ ‘ସେଲ୍ଫି’ ଶବ୍ଦକୁ ସ୍ଥାନିତ କରିଥିଲା। ସେହିପରି ୨୦୧୩ରେ ଅକ୍ସଫୋର୍ଡ ଅଭିଧାନ ‘ସେଲ୍ଫି’ ଶବ୍ଦକୁ ‘ଓ୍ଵାର୍ଡ ଅଫ୍ ଦି ଇୟର’ ଭାବେ ଘୋଷଣା କରିଥିଲା।ଦୁନିଆର ପ୍ରଥମ ସେଲ୍ଫି

ଦୁନିଆର ପ୍ରଥମ ସେଲ୍ଫି ୧୮୫୦ ମସିହାରେ ଉଠାଯାଇଥିଲା। କିନ୍ତୁ ତାହା ଏବେର ରଙ୍ଗୀନ୍ ସେଲ୍ଫି ନଥିଲା, ବରଂ ଏକ ସେଲ୍ଫ ପୋର୍ଟ୍ରେଟ୍(ଆତ୍ମ-ଚିତ୍ର) ଥିଲା। ଏହି ସେଲ୍ଫି  ଥିଲା ସ୍ଵିଡେନର ଆର୍ଟ ଫଟୋଗ୍ରାଫର ଓସ୍କାର ଗୁସ୍ତାଭ ରେଜଲେଣ୍ଡରଙ୍କର। ତେବେ ଏହି ସେଲ୍ଫ ପୋର୍ଟ୍ରେଟ୍‌କୁ ଉତ୍ତର ୟର୍କଶାୟରର ମର୍ଫେଟ୍‌ସ ଅଫ୍ ହେରୋଗେଟ ଦ୍ଵାରା ୭୦,୦୦୦ ପାଉଣ୍ଡ ଅର୍ଥାତ୍ ୬୬ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା।ସେଲ୍ଫିକୁ ନେଇ ଆଉ ଏକ ଦାବି

ସେଲ୍ଫିର ଇତିହାସକୁ ନେଇ ଆଉ ଏକ ଦାବି ମଧ୍ୟ କରାଯାଏ। ୧୮୩୯ ମସିହାରେ ପ୍ରଥମ ସେଲ୍ଫି ନିଆଯାଇଥିଲା ବୋଲି କୁହାଯାଏ। ଆମେରିକାର ଫଟୋଗ୍ରାଫର ରବର୍ଟ କର୍ଣ୍ଣିଲିୟସଙ୍କ ଦ୍ଵାରା ପ୍ରଥମ ସେଲ୍ଫି ଉଠାଇଥିଲେ। ସେ ନିଜ କ୍ୟାମେରାରେ ଏହି ସେଲ୍ଫି ଉଠାଇବାକୁ ଚେଷ୍ଟା କରିଥିବା ଦାବି କରାଯାଏ।ଫଟୋଗ୍ରାଫି ଦୁନିଆରେ ସେଲ୍ଫିର ଦମ୍‌ଦାର୍ ଏଣ୍ଟ୍ରି

୨୦୧୧ ମସିହାରେ ଇଣ୍ଡୋନେସିଆରେ ମକାଉ ପ୍ରଜାତିର ଏକ ମାଙ୍କଡ଼ ବ୍ରିଟିଶ ବନ୍ୟଜନ୍ତୁ ଫଟୋଗ୍ରାଫର ଡେଭିଡ୍ ସ୍ଲାଟେରୀଙ୍କ କ୍ୟାମେରାରେ ସେଲ୍ଫି ନେଇଥିଲା। ବାସ୍ତବରେ ମାଙ୍କଡ଼ଟି କ୍ୟାମେରା ବଟନ୍‌କୁ ଦବାଇ ଦେବାରୁ ତା’ର ଫଟୋ ଉଠିଯାଇଥିଲା। ତେବେ ଏହି ଫଟୋ ସହିତ ଫଟୋଗ୍ରାଫି ଦୁନିଆରେ ସେଲ୍ଫିର ଦମ୍‌ଦାର୍ ଏଣ୍ଟ୍ରି ହୋଇଥିଲା ବୋଲି କୁହାଯାଏ।

Comment