ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ସେଲଫି ନେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ବର୍ତ୍ତମାନର ଯୁବପିଢ଼ି ସେଲଫି ନିଶାରେ ପାଗଳ ହେଉଥିବା ଆପଣ ଦେଖିଥିବେ। ବର୍ତ୍ତମାନ ଏହି ନିଶାରେ ଯୋଡ଼ି ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଗୁରୁବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଗସ୍ତରେ ଯାଇଥିଲେ। ସେଠାରେ ସେ ନମାମି ଗଙ୍ଗା ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ। ଏହି ସମୟକୁ ସବୁଦିନ ମନେରଖିବା ପାଇଁ ସେ ସେଠାରେ ତାଙ୍କର ପ୍ରଥମ ସେଲଫି ନେଇଛନ୍ତି। ଯୋଗୀଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ବାହାଘରରେ ସେଲଫି ଉଠାଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସେଲଫି ଫଟୋ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା।

Comment