ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଫାଷ୍ଟ୍ରଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଖୁବଶୀଘ୍ର ଏହି ମାମଲାର ବିଚାର କରି ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଜଳାଇ ମାରିଦେବା ମାମଲାରେ ପୋଲିସ ଏବେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖୁବଶୀଘ୍ର ଏହି ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ।
ଶୁକ୍ରବାର ରାତି ପ୍ରାୟ ୧୧.୪୦ରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟାରୁ ଅଧିକ ସମୟ ଧରି ଡାକ୍ତରଖାନାରେ ଜୀବନ ସଂଗ୍ରାମ କରୁଥିବା ପୀଡ଼ିତା ଜଣକ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗୁରୁବାର ଉନ୍ନାଓ ଗଣଦୁଷ୍କର୍ମକାରୀ ଅଭିଯୁକ୍ତମାନେ ଜେଲରୁ ଆସି ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଥିଲେ। ଏଥିରେ ପୀଡ଼ିତାଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏହାପରେ ମଧ୍ୟ ସେ ନିଜେ ଫୋନ୍ କରି ପୋଲିସକୁ ଡାକିଥିଲେ। ପୋଲିସ୍ ଆମ୍ବୁଲାନ୍ସ ସହ ଆସି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

ତାଙ୍କୁ ଗୁରୁବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଏୟାରଲିଫ୍ଟ କରି ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଶୁକ୍ରବାର ସେ ପ୍ରାଣ ହରାଇଛନ୍ତି।

Comment