ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ ଗୋରଖପୁର ସଦର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ୨୦୨୨ରେ ଉତ୍ତର ପ୍ରଦେଶରେ ବିଜେପିକୁ ବିପୁଳ ସମର୍ଥନ ମିଳିଛି। ଯୋଗୀ ସରାକରଙ୍କ ଉପରେ ଜନତା ପୁନର୍ବାର ଭରସା କରିଛନ୍ତି। ଆଗାମୀ ୫ ବର୍ଷ ପାଇଁ ଉତ୍ତର ପ୍ରଦେଶରେ ଯୋଗୀ ସରକାର ରାଜ୍ କରିବାକୁ ବାଟ ଫିଟିଯାଇଛି।

ପଞ୍ଜାବକୁ ବାଦ ଦେଲେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ପଞ୍ଜାବରେ ରାଜ କରୁଥିବା କଂଗ୍ରେସକୁ ଚଳିତ ବଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଛି। ପଞ୍ଜାବ ଜନତା ଆମ ଆଦମୀ ପାର୍ଟି(ଆପ୍) ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପ୍ରଥମ ଥର ଦିଲ୍ଲୀରୁ ଯାଇ ପଞ୍ଜାବରେ ସରକାର ଗଢ଼ିବ ଆପ।

ପାଞ୍ଚଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ଭଲ ପ୍ରଦର୍ଶନ କରିଛି। ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଚାଲି ଥିବା ଦୀର୍ଘ ବର୍ଷର ପରମ୍ପରାକୁ ଚଳିତ ନିର୍ବାଚନରେ ଭାଙ୍ଗିବାରେ ସଫଳ ହୋଇଛି। ଏହି ଦୁଇ ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି କୌଣସି ବି ଦଳ ଦ୍ଵିତୀୟ ଥର ସରକାର ଗଢ଼ିବାରେ ସଫଳ ହୋଇନାହାନ୍ତି। କିନ୍ତୁ ଏହି ପରାମ୍ପରା ଭାଙ୍ଗି ପୁଣି ଥରେ ସରକାର ଗଢ଼ି ଇତିହାସ ରଚିବ ବିଜେପି। ମଣିପୁର ଏବଂ ଗୋଆରେ ମଧ୍ୟ ବିଜେପି ଆଗରେ ରହିଛି।

ବିଧାନସଭା ନିର୍ବାଚନ ୨୦୨୨ କଂଗ୍ରେସ ପାଇଁ ଅଶୁଭ ପ୍ରମାଣିତ ହୋଇଛି। କଂଗ୍ରେସକୁ ଚଳିତ ଥର ବଡ଼ ପରାଜୟର ସମ୍ନା କରିବାକୁ ପଡ଼ିଛି। ପଞ୍ଜାବରେ କଂଗ୍ରେସକୁ ଆପ୍ ଝଟକା ଦେଇଥିବାବେଳେ ଉତ୍ତର ପ୍ରଦେଶରେ ସଫଳତା ମିଳିପାରି ନାହିଁ। ଉତ୍ତର ପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଗୋଆରେ ମୋଟ ୬୯୦ ବିଧାନସଭା ଆସନରେ ନିର୍ବାଚନ ହୋଇଥିଲ।। ଏଥିରେ ଉତ୍ତର ପ୍ରଦେଶର ୪୦୩, ପଞ୍ଜାବର ୧୧, ଉତ୍ତରାଖଣ୍ଡର ୭୦, ମଣିପୁରର ୬୦ ଏବଂ ଗୋଆର ୪୦ଟି ବିଧାନସଭା ଆସନ ପାଇଁ ମତଦାନ କରିଥିଲେ ଭୋଟର।

Tag: #AssemblyElection2022 #UPElection #YogiAdityanath #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment