ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମଦୋଳିରେ ବସି ସେଲଫି ନେବା ହେଲା କାଳ। ସେଲଫି ନିଶାରେ ଚାଲିଗଲା ଯୁବକଙ୍କ ଜୀବନ। ସୋନପୁର ବିନିକାରେ ଏହି ଏକ ଦୁଃଖଦ ଘଟଣା ଘଟିଛି।

ଯୁବକ ଜଣକ ରାମଦୋଳିରେ ବସି ସେଲିଫି ନେଲା ବେଳେ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଯୁବକଙ୍କର ମୃତ୍ୟୁ ଘଟିଛି।

ଯୁବକ ଜଣକ ଡୁଙ୍ଗୁରିପାଲି ଏସ୍‌ ରାମପୁର ଆଞ୍ଚିଳିକ ଧନୁଯାତ୍ରାକୁ ଯାଇଥିଲେ। ସେହିଠାରେ ଏହି ଅଘଟଣା ଘଟିଥିଲା। ମୃତ ଯୁବକଙ୍କ ଘର ଡୁଙ୍ଗୁରିପାଲି ବ୍ଲକ ବୈରାଗୀମୁଣ୍ଡା ଅଞ୍ଚଳରେ।

LEAVE A REPLY

Please enter your comment!
Please enter your name here