ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ସେଲ୍ଫି ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି। କିଏ ଛାତରେ ଚଢ଼ି ସେଲ୍ଫି ନେଉଛି ତ କିଏ ଚଳନ୍ତା ଟ୍ରେନ୍ ଉପରେ ଆଉ କିଏ ଗଛ ଉପରେ। ସେହିଭଳି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ପର୍ଯ୍ୟଟକ ସମୁଦ୍ରକୂଳରେ ଫଟୋ ଉଠାଉଥିବାବେଳେ ଏମିତି ଏକ ଘଟଣା ଘଟିଛି ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି।

ଇଣ୍ଡୋନେସିଆର ଲୁସା ଲେମ୍ବୋଗନର ଏକ ଦ୍ୱୀପ ଡେଭିଲ୍ସ କିୟରରେ ଜଣେ ମହିଳା ଏବଂ ଆଉ କିଛି ପର୍ଯ୍ୟଟକ ଛିଡା ହୋଇ ଫଟୋ ଉଠାଉଥିଲେ। ମହିଳା ଜଣକ ହାତ ହଲାଇ ହସି ହସି ପୋଜ ଦେଇ ଛିଡା ହୋଇଥିଲେ ଫଟୋ ଉଠାଇବା ପାଇଁ। ଠିକ ସେତିକିବେଳେ ଏକ ବଡ ଲହଡି ଆସିଥିଲା।

ସେଠାରେ ଉପସ୍ଥିତ ଥିବା ଲୋକେ ଭାବୁଥିଲେ ଏହି ଲହଡ଼ିରେ ଯୁବତୀ ଜଣକ ନିଶ୍ଚିତ ସମୁଦ୍ରରେ ନିଶ୍ଚିହ୍ନ ହୋଇଯାଇଥିବେ। ମାତ୍ର ସେମିତି କିଛି ଘଟିନଥିଲା। ଲହଡ଼ି ଚାଲିଯିବା ପରେ ଯୁବତୀ ଜଣକ ସେମିତି ଠିଆ ହୋଇ ସେଲ୍ଫି ନେଇ ଚାଲିଥିଲେ। ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ୟ୍ୟ  ହୋଇଯାଇଥିଲେ।

Comment