ଓଡ଼ିଶାଲାଇଭ୍ ବ୍ୟୁରୋ

ଛୁଟିଦିନ ବିତାଇବାକୁ ଲୋକମାନେ ପ୍ରାୟତ କୌଣସି ଦ୍ୱୀପକୁ ଯାଆନ୍ତି। କାରଣ ଦ୍ୱୀପର ସୌନ୍ଦର୍ଯ୍ୟ ଏପରି ଯେ ଏହା ଲୋକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏପରି ଏକ ଦ୍ୱୀପ ବିଷୟରେ କହିବୁ, ଯାହା ରହସ୍ୟରେ ପରିପୂର୍ଣ୍ଣ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦ୍ୱୀପକୁ ଆସିବା ପାଇଁ ବର୍ଷକୁ କେବଳ ଗୋଟିଏ ଦିନ ଲୋକଙ୍କୁ ଅନୁମତି ଦିଆଯାଏ।

ଏହି ଦୀପ ହେଉଛି ସ୍କଟଲ୍ୟାଣ୍ଡରେ ଅବସ୍ଥିତ ଆଇନହେଲୋ ଦ୍ୱୀପ।  ଏହା ଏତେ ଛୋଟ ଯେ ମାନଚିତ୍ରରେ ମଧ୍ୟ ଏହାକୁ ପାଇବା କଷ୍ଟ। ଏହି ଦ୍ୱୀପକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି। କୁହାଯାଏ ଏଠାରେ ଭୂତ ବାସ କରନ୍ତି। ଜଳପରୀ ମଧ୍ୟ ଏଠାରେ ଅଛନ୍ତି। ଏକୁଟିଆ ଏହି ଦ୍ୱୀପକୁ ଆସିଲେ ଲୋକେ ଆଉ ଫେରିପାରନ୍ତି ନାହିଁ।

କୁହାଯାଏ ୧୮୫୧ ମସିହାରେ ଏଠାରେ ମହାମାରୀ ବ୍ୟାପିଥିଲା। ଏହାପରେ ଲୋକେ ଦ୍ୱୀପ ଛାଡ଼ି ଛାଡିଥିଲେ। ବର୍ତ୍ତମାନ ଏହି ଦ୍ୱୀପଟି ସମ୍ପୂର୍ଣ୍ଣ ନିଛାଟିଆ।

ତେବେ ଆଇନହାଲୋ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ଦେଖି ଓକାରନ୍ ଦ୍ୱୀପରେ ଥିବା ଏକ ସୋସାଇଟି ପଦକ୍ଷେପ ନେଇଥିଲେ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ସେମାନେ ପର୍ଯ୍ୟଟକଙ୍କୁ ଏଠାକୁ ଆଣନ୍ତି। ଏଥିପାଇଁ ସେମାନେ ପୂରା ପ୍ରସ୍ତୁତି ମଧ୍ୟ କରି ଆସିଥାନ୍ତି।

LEAVE A REPLY

Please enter your comment!
Please enter your name here