ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୂର୍ଯ୍ୟ ଉଦୟ ପରେ ଚନ୍ଦ୍ର ଲୁଚିଯାଏ ଏବଂ ଚନ୍ଦ୍ର ଡୁବିଯିବା ପରେ ସୂର୍ଯ୍ୟୋଦୟ ହୋଇଥାଏ। ଏହା କୌଣସି ନୂଆ କଥା ନୁହେଁ। ଏହା ସୃଷ୍ଟିର ନିୟମ। କିନ୍ତୁ ବିଶ୍ୱରେ ଏଭଳି ୫ଟି ଦେଶ ଅଛି ଯେଉଁଠି ଆଦୌ ରାତି ହୁଏନାହିଁ। ଆପଣ ଜାଣିଛନ୍ତି କି, ଫିନଲ୍ୟାଣ୍ଡ, ନରୱେ, ସ୍ୱିଡେନ, ଆଇସଲ୍ୟାଣ୍ଡ, ଏବଂ କାନାଡାରେ ଆଦୌ ରାତି ହୁଏ ନାହିଁ।

ଫିନଲ୍ୟାଣ୍ଡ: ଉତ୍ତର ୟୁରୋପର ଫେନୋସ୍କାଡିଆନ୍ କ୍ଷେତ୍ରରେ ଫିନଲ୍ୟାଣ୍ଡ ଅବସ୍ଥିତ। ଏହି ଦେଶରେ ଅଧିକାଂଶ ଅଞ୍ଚଳରେ ଗରମ ଅନୁଭୂତ ହୋଇଥାଏ। ପାଖାପାଖି ୭୩ ଦିନ ଏଠାରେ ସୂର୍ଯ୍ୟ ଅସ୍ତ ହୋଇନଥାଏ।

ନରୱେ:  ଏହି ଦେଶରେ ମେ’ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ପାଖାପାଖି ୭୬ ଦିନ ସୂର୍ଯ୍ୟ ଅସ୍ତ ହୋଇନଥାଏ। ଏହି କାରଣରୁ ନରୱେକୁ ‘ ଲ୍ୟାଣ୍ଡ ଅଫ ଦ ମିଡନାଇଟ୍ ସନ୍’ କୁହାଯାଇଥାଏ।

ସ୍ୱିଡେନ୍: ଉତ୍ତର ୟୁରୋପର ବାଲଟିକ ସାଗରରେ ଏହି ସହର ଅବସ୍ଥିତ। ଏଠାରେ ମେ’ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେ ଅସ୍ତ ହୁଏନାହିଁ। ବାକି ୮ ମାସ କାଳ ବିଳମ୍ବିତ ରାତିରେ ସୂର୍ଯ୍ୟ ଅସ୍ତ ହୋଇ ପୁଣି ଭୋର ସାଢ଼େ ୪ଟାରେ ଉଦୟ ହୋଇଥାଏ।

ଆଇସଲ୍ୟାଣ୍ଡ: ଏହା ଏଭଳି ଏକ ଦେଶ ମେ’ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେ ବି ଅସ୍ତ ହୋଇନଥାଏ। ବିଳମ୍ବିତ ରାତିରେ ବି ଲୋକେ ଏଠି ଖରାର ଆନନ୍ଦ ଉପଭୋଗ କରିଥାନ୍ତି।

କାନାଡା: ମୋଟ କ୍ଷେତ୍ରଫଳ ଏବଂ ଭୂମି କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ୱର ସବୁଠୁ ବଡ଼ ଦେଶ ହେଉଛି କାନାଡା। କାନାଡା ଏକ ବିକଶିତ ଦେଶ ମଧ୍ୟ। ପ୍ରତି ବ୍ୟକ୍ତିଙ୍କ ଆୟ ହିସାବରେ ବିଶ୍ୱର ସପ୍ତମ ସ୍ଥାନରେ ରହିଛି କାନାଡା। ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ଅସ୍ତ ହୋଇନଥାଏ। କାନାଡାର କିଛି ଅଂଶରେ ଏଭଳି ଦେଖାଯାଇଥାଏ।

Comment