ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵରେ ବହୁଗୁଡ଼ିଏ ଛୋଟ ବଡ଼ ଦ୍ୱୀପପୁଞ୍ଜ ରହିଛି। ବିଶ୍ଵର ସବୁଠାରୁ ବଡ଼ ଦ୍ୱୀପପୁଞ୍ଜ ଦେଶ ହେଉଛି ଇଣ୍ଡୋନେସିଆ। ତେବେ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ ଦେଶର ନାମ କ’ଣ? ଆସନ୍ତୁ ଜାଣିବା।

ବିଶ୍ଵର ସବୁଠାରୁ ଛୋଟ ଦ୍ଵୀପପୁଞ୍ଜ ଦେଶ ହେଉଛି ନାଉରୁ ବା ନାରୁ। ଏହା ଦକ୍ଷିଣ ପ୍ରଶାନ୍ତ ମହାସାଗରର ମାଇକ୍ରୋନେସିଆ ନିକଟରେ ରହିଛି। ଏହି ଦେଶ ୨୧ ବର୍ଗ କିଲୋମିଟରରେ ବ୍ୟାପିଛି। ଏହା ବିଶ୍ଵର ସବୁଠାରୁ ଛୋଟ ସ୍ଵାଧୀନ ଗଣତନ୍ତ୍ର ରାଷ୍ଟ୍ର। ଏହାସହ ନାଉରୁ ଦେଶର କୌଣସି ରାଜାଧାନୀ ନାହିଁ।

ନାଉରୁ ଦେଶରେ ମୋଟ ୧୧ହଜାର ଲୋକ ବାସ କରନ୍ତି। ନାଉରକୁ ମନୋରୋମ ଦ୍ଵୀପ ମଧ୍ୟ କୁହାଯାଏ। ଅଧିକାଂଶ ଲୋକ ଏହି ଦେଶ ବିଷୟରେ ଜାଣନ୍ତି ନାହିଁ। ଏହାସହ ବହୁତ କମ ଏଠାରୁ ବୁଲିବାକୁ ଆସିଥାନ୍ତି। ଏକ ରିପୋର୍ଟ ମୁତାବକ ବର୍ଷକୁ ଏଠାକୁ ମାତ୍ର ୨ଶହ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏହି ଦେଶରେ କେବଳ ଗୋଟିଏ ମାତ୍ର ବିମାନ ବନ୍ଦର ରହିଛି। ନାଉରୁ ଦେଶରେ କେବଳ ଦୁଇଟି ହୋଟେଲ ରହିଛି। ଏଠାକାର ଅଧିକାଂଶ ଲୋକେ ଖ୍ରୀଷ୍ଠିୟାନ ଧର୍ମାବଲମ୍ବୀ।

୩ ହଜାର ବର୍ଷ ପୂର୍ବେ ନାଉରୁ ଆବିଷ୍କାର ହୋଇଥିଲା

୩ ହଜାର ବର୍ଷ ପୂର୍ବେ ମାଇକ୍ରୋନେସିଆନ୍ ଓ ପଲିନେସିଆନ୍‌ମାନଙ୍କ ଦ୍ଵାରା ନାଉରୁ ଆବିଷ୍କାର ହୋଇଥିଲା। ୧୨ଜଣ ଆଦିବାସୀ ରାଜ ଏହି ଦେଶକୁ ଶାସନ କରୁଥିଲେ। ୬୦ଦଶକରେ ନାଉର ଦୀପପୁଞ୍ଜର ଲୋକେ ଫସଫେଟ୍ ଖଣିରେ କାମ କରି ନିଜ ରୋଜଗାର କରୁଥିଲେ। ତେବେ ସମୟ କ୍ରମେ ଫସଫେଟ ଖଣି ଜଳାଶୟରେ ପରିଣତ ହୋଇ ଗଲା। ଏଠାରେ ଅଧିକ ନଡ଼ିଆ ଉତ୍ପାଦନ କରାଯାଏ।

ନାଉରୁ ଦେଶର କୌଣସି ସାମରିକ ବାହୀନି ନାହିଁ। ଏହି ଦେଶରେ ଏକ ୩.୯ କିଲୋମିଟରର ସଂକୀର୍ଣ୍ଣ ରେଳପଥ ରହିଛି। ଫସଫେଟ ପରିବହନ ପାଇଁ ଏହି ରେଳପଥ ତିଆରି ହୋଇଥିଲା। ସମୁଦ୍ର ପତ୍ତନରୁ ନାଉରୁ ୨୧୬ ଫୁଟ ଉପରେ ରହିଛି।

ଗରିବଶ୍ରେଣୀର ରାଷ୍ଟ୍ର

୬୦ଦଶକରେ ନାଉରୁ ଏକ ଧନୀ ରାଷ୍ଟ୍ର ଥିଲା। ଏହି ଦ୍ଵୀପପୁଞ୍ଜ ଦେଶରେ ଥିବା ଫସ୍‌ଫେଟ୍ ଖଣି ଯୋଗୁଁ ଏଠାକାର ଲୋକଙ୍କୁ ରୋଜଗାର ପାଇ ପାରୁଥିଲେ। ତେବେ ଖଣି ନଷ୍ଟ ହୋଇଯିବା ପରେ ଅଧିକାଂଶ ଲୋକେ ଦେବାଳିଆ ହୋଇଗଲେ। ୯୦ପ୍ରତିଶତ ଲୋକଙ୍କ ପାଖରେ ରୋଜଗାର ନାହିଁ। ରୋଜଗାର ପାଇଁ ଅଧିକାଂଶ ଲୋକେ ବାହାର ଦେଶକୁ ଯାଇଥାନ୍ତି।

LEAVE A REPLY

Please enter your comment!
Please enter your name here