ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଅତ୍ୟାଧୁନିକ ସମୟରେ ପିଲାଠାରୁ ଆରମ୍ଭ କରି ବୁଢ଼ା, ସମସ୍ତଙ୍କୁ ଅଧିକ ପସନ୍ଦ ଫାଷ୍ଟଫୁଡ୍। ସେଥିରୁ ପିଜା ଅନ୍ୟତମ। ତେବେ ଏହି ପିଜା ପ୍ରତ୍ୟେକ ସ୍ଥାନରେ ଅତି ସହଜରେ ଉପଲବ୍ଧ ହୋଇଥାଏ। କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି ଲୋକେ ଅନ୍ୟଦେଶରୁ ପିଜା ମଗାଇଥାନ୍ତି। ଏହାର ଡେଲିଭରି ଫ୍ଲାଇଟ୍ ସାହାଯ୍ୟରେ ହୋଇଥାଏ।

ଏମିତି ଏକ ଦେଶ ହେଉଛି ନାଇଜେରିଆ। ଦେଶର ଧନୀଲୋକମାନେ ସେମାନଙ୍କ ଷ୍ଟାଟସ୍ ଦେଖାଇବା ପାଇଁ ୬,୪୪୦ କିଲୋମିଟର ଦୂର ଲଣ୍ଡନରୁ ପିଜା ମଗାଇଥାନ୍ତି। ସେଠାକାର ଲୋକେ ଏହାକୁ ରାତିରେ ଅର୍ଡର ଦେଇଥାନ୍ତି। ସକାଳୁ ଏହା ବ୍ରିଟିଶ ଏୟାରଓ୍ୱେଜ ପ୍ଲେନ୍ ଯୋଗେ ନାଇଜେରିଆ ଆସିଥାଏ ବୋଲି ଦେଶର କୃଷିମନ୍ତ୍ରୀ ଓଡୋ ଓଗାଭେ ରାଜଧାନୀ ଆଦୋଜାଠାରେ ଅନୁଷ୍ଠିତ ଏକ କୃଷି କମିଟି ବୈଠକରେ ସମାଲୋଚନା କରିବା ଢଙ୍ଗରେ କହିଛନ୍ତି।

କେବଳ ପିଜା ନୁହେଁ, ସେମାନେ ଆଧିପତ୍ୟ ଦେଖାଇବା ପାଇଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲଣ୍ଡନରୁ ମଗାଇଥାନ୍ତି। ମାତ୍ର ଏହା ଠିକ୍ ନୁହେଁ। ଏହାକୁ ଶୀଘ୍ର କମ୍ କରିବା ପାଇଁ ସେ କହିଛନ୍ତି।

ଏ ନେଇ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅନେକ କମେଣ୍ଟ ଆସିଥିବା ବେଳେ ଜଣେ ୟୁଜର ଲେଖିଛନ୍ତି ଲଣ୍ଡନରୁ କେବେ ପିଜା ଅର୍ଡର କରିବା ଆରମ୍ଭ ହୋଇଥିଲା। ଏ ନେଇ କିଛି ଆପ୍ ଅଛି କି?

Comment